ଭାରତୀୟ ଅଲିମ୍ପିକ୍ସ ସଂଘ‌‌ରେ ବିଦ୍ରୋହ

ଖେଳ

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ରେ ସବୁକିଛି ଠିକ୍‌ଠାକ୍ ନାହିଁ। ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ନିଯୁକ୍ତିକୁ ନେଇ ବଡ଼ ଧରଣର ବାଦ ବିବାଦ ସୃଷ୍ଟି ହେବା ସହ ଏହି କାରଣରୁ ସଭାପତି ତଥା ମହାନ ଧାବିକା ପିଟି ଉଷା ଏବଂ ‌କିଛି କାର୍ଯ୍ୟକାରିଣୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। କାର୍ଯ୍ୟକାରିଣୀର ଅନ୍ୟୂନ ୧୨ଜଣ ସଦସ୍ୟ ଉଷାଙ୍କ ବିରୋଧରେ ବିଦ୍ରୋହ କରି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିକୁ ପତ୍ର ଲେଖିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ପରସ୍ପର ସର୍ବସାଧାରଣରେ ଖୋଲା ସମାଲୋଚନା କରିବାକୁ ପଛାଇ ନାହାନ୍ତି ଉଭୟ ପକ୍ଷ। ଏଥିପାଇଁ ସଂଘରେ ଏକପ୍ରକାର ଅଚଳାବସ୍ଥା‌ ସୃଷ୍ଟି ହୋଇଛି। ଘରୋଇ କ୍ରୀଡ଼ା ଜଗତରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି। ମାମଲାର ସମାଧାନ ପାଇଁ ସଂଘ ରବିବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ିଛି। source:sambad.in


 


Related News