୫ ବର୍ଷ ପରେ ମହାଁମୁହିଁ ହେବେ ମୋଦି-ଜିନ୍‌ପିଙ୍ଗ: ଦେଖିବ ସାରା ବିଶ୍ୱ

ବିଦେଶ

ନୂଆଦିଲ୍ଲୀ,୨୩।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ ରୁଷର କଜାନରେ ଆୟୋଜିତ ହେଉଛି। ଏହାହା ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଜି ଏକ ଐତିହାସିକ ଦିନ ଭାବରେ ଦେଖାଯାଉଛି, କାରଣ ଆଜି ପ୍ରାୟ ୫ ବର୍ଷ ପରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପ୍ରଧାନମନ୍ତ୍ରୀ ମୋଦି ପରସ୍ପର ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାକୁ ଯାଉଛନ୍ତି। କଜାନ ସହରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏହା ଦେଇଛନ୍ତି। ଏହି ସମୟ ମଧ୍ୟରେ ସମଗ୍ର ଦୁନିଆର ଆଖି ସ୍ଥିର ହୋଇଯିବ। ଏହାପୂର୍ବରୁ, ୨୦୧୯ରେ ବ୍ରାଜିଲରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଚାଇନା ଏବଂ ଭାରତର ବରିଷ୍ଠ ନେତାମାନେ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିଥିଲେ।source:dharitri.com


Related News